Unknown

 

 

 

 

 

 

 

 

 

 

 

ପ୍ରଶ୍ନୋତ୍ତର ମୁକ୍ତାବଳୀ

ଶ୍ରୀ ଗୋବିନ୍ଦ ରଥ

 

 ପ୍ରଶ୍ନ—

କିଂ ସ୍ଵିଦାଦିତ୍ୟମୁନ୍ନୟତି କେ ଚ ତସ୍ୟାଭିତଶ୍ଚରାଃ ।

 

କଶ୍ଚୈନମସ୍ତଂ ନୟତି କସ୍ମିଂଶ୍ଚ ପ୍ରତିତିଷ୍ଠତି । ୧ ।

 

 

ଅର୍ଥ—

(୧) ସୂର୍ଯ୍ୟଙ୍କର ଉଦୟକର୍ତ୍ତା କିଏ ?, (୨) ତାହାଙ୍କର ଚାରିପାଖରେ କେଉଁମାନେ ଚଳପ୍ରଚଳ ହୁଅନ୍ତି ?, (୩) ତାହାଙ୍କର ଅସ୍ତକର୍ତ୍ତା କିଏ ?, (୪) ଆଉ ସୂର୍ଯ୍ୟ କେଉଁସ୍ଥାନରେ ଅବସ୍ଥାନ କରନ୍ତି ? । ୧ ।

 

 

ଉତ୍ତର—

ବ୍ରହ୍ମାଦିତ୍ୟମୁନ୍ନୟତି ଦେବ ସ୍ତସ୍ତ୍ୟାଭିତଶ୍ଚରାଃ ।

 

ଧର୍ମଶ୍ଚାସ୍ତଂ ନୟତ୍ୟେନଂ ସତ୍ୟେ ଚ ପ୍ରତିତିଷ୍ଠତି । ୨ ।

 

 

ଅର୍ଥ—

(୧) ସୂର୍ଯ୍ୟଙ୍କର ଉଦୟକର୍ତ୍ତା ବ୍ରହ୍ମା ।, (୨) ଦେବତାମାନେ ତାହାଙ୍କର ଚାରିପାଖରେ ଚଳପ୍ରଚଳ ହୁଅନ୍ତି । ଅର୍ଥାତ୍ ସେମାନେ ତାହାଙ୍କର ପାର୍ଶ୍ଵଚର ।, (୩) ସୂର୍ଯ୍ୟଙ୍କର ଅସ୍ତକର୍ତ୍ତା ଧର୍ମ ।, (୪) ସତ୍ୟରେ ସୂର୍ଯ୍ୟ ଅବସ୍ଥାନ କରନ୍ତି । । ୨ ।

 

 

ପ୍ରଶ୍ନ—

କେନସ୍ୱି ଚ୍ଛୋତ୍ରିୟୋଭବତି କେନସ୍ୱିଦବିନ୍ଦତେ ମହତ୍ ।

 

କେନସ୍ୱିଦ୍ଦ୍ୱିତୀୟବାନ୍ ଭବତି ରାଜନ୍ କେନ ଚ ବୁଦ୍ଧିମାନ୍‌ । ୩ ।

 

 

ଅର୍ଥ—

(୫) କେଉଁ କର୍ମ କଲେ ବ୍ରାହ୍ମଣ ଶ୍ରୋତ୍ରିୟ ହୁଅନ୍ତି ?, (୬) କେଉଁ କର୍ମ କଲେ ମହତ୍‍ପଦ ପ୍ରାପ୍ତ ହୁଏ ?, (୭) କେଉଁପରି ଦ୍ୱିତୀୟବାନ୍ (ସହାୟଯୁକ୍ତ) ହୁଏ ?, (୮) ଓ କେଉଁ କର୍ମରେ ବୁଦ୍ଧିମାନ ହୁଏ ? । ୩ ।

 

 

ଉତ୍ତର—

ଶ୍ରୁତେନ ଶ୍ରୋତ୍ରିୟୋ ଭବତି ତପସା ବିନ୍ଦତେ ମହତ୍ ।

 

ଧତ୍ୟା ଦ୍ୱିତୀୟବାନ୍ ଭବତି ବୁଦ୍ଧିମାନ୍‍ ବୃଦ୍ଧସେବୟା । ୪ ।

 

 

ଅର୍ଥ—

(୫) ବେଦାଦି ଶାସ୍ତ୍ର ପଢ଼ିଲେ ବ୍ରାହ୍ମଣ ଶ୍ରୋତ୍ରିୟ ହୁଏ ।, (୬) ତପସ୍ୟା କଲେ ମହତ୍‍ ପଦ ପ୍ରାପ୍ତ ହୁଏ ।, (୭) ଧୈର୍ଯ୍ୟ ଧାରଣ କଲେ ଦ୍ୱିତୀୟବାନ୍‍ ହୁଏ ।, (୮) ଏବଂ ବୃଦ୍ଧ ଶ୍ରେଷ୍ଠ ପୁରୁଷର ସେବା ଓ ସତ୍‌ସଙ୍ଗରୁ ବୁଦ୍ଧିମାନ ହୁଏ । । ୪ ।

 

 

ପ୍ରଶ୍ନ—

କିଂ ବ୍ରାହ୍ମଣାନାଂ ଦେବହଂ କଶ୍ଚ ଧର୍ମଃ ସତାମିବ ।

 

କଶ୍ଚୈଷାଂ ମାନୁଷୋଭାବଃ କିମେଷାମସତାମିବ । ୫ ।

 

 

 

(୯) ବ୍ରାହ୍ମଣମାନଙ୍କର ଦେବହ କ’ଣ ?, (୧୦) ସେମାନଙ୍କର ସାଧୁଧର୍ମ କିଏ ?, (୧୧) ବ୍ରାହ୍ମଣମାନଙ୍କର ମନୁଷ୍ୟଭାବ କିଏ ?, (୧୨) ଆଉ ସେମାନଙ୍କର ଅସାଧୁଭାବ ବା କିଏ ? । ୫ ।

 

 

ଉତ୍ତର—

ସ୍ୱାଧ୍ୟାୟ ଏଷାଂ ଦେବତ୍ଵଂ ତପ ଏଷାଂ ସତାମିବ ।

 

ମରଣଂ ମାନୁଷୋଭାବଃ ପରିବାଦୋଽସତାମିବ । ୬ ।

 

 

ଅର୍ଥ—

(୯) ବ୍ରାହ୍ମଣମାନଙ୍କର ଦେବତ୍ୱ ସ୍ୱାଧ୍ୟାୟ ଅର୍ଥାତ୍ ବେଦାଦି ଶାସ୍ତ୍ରର ଅଧ୍ୟୟନ ଓ ଅଧ୍ୟାପନା ।, (୧୦) ବ୍ରାହ୍ମଣମାନଙ୍କର ସାଧୁଧର୍ମ ତପସ୍ୟା ।, (୧୧) ମନୁଷ୍ୟଭାବ ମରଣ ।, (୧୨) ଏବଂ ଦେବବ୍ରାହ୍ମଣ ନିନ୍ଦା ଦୁଷ୍ଟଭାବ । ୬ ।

 

 

ପ୍ରଶ୍ନ—

କିଂ କ୍ଷତ୍ରିୟାଣାଂ ଦେବହଂ କଶ୍ଚ ଧର୍ମଃ ସତାମିବ ।

 

କଶ୍ଚୈଷାଂ ମାନୁଷୋଭାବଃ କିମେଷାମସତାମିବ । ୭ ।

 

 

ଅର୍ଥ—

(୧୩) କ୍ଷତ୍ରିୟମାନଙ୍କର ଦେବଭାବ କିଏ ?, (୧୪) ସାଧୁଧର୍ମ କ’ଣ ?, (୧୫) ମନୁଷ୍ୟଭାବ କିଏ ?, (୧୬) ଏବଂ ଦୁଷ୍ଟଭାବ ବା କ’ଣ ? । ୭ ।

 

 

ଉତ୍ତର—

ଇଷ୍ୱସ୍ତ୍ୱମେଷାଂ ଦେବତ୍ୱଂ ଯଜ୍ଞ ଏଷାଂ ସତାମିବ ।

 

ଭୟଂ ବୈ ମାନୁଷୋଭାବଃ ପରିତ୍ୟାଗୋଽସତାମିବ । ୮ ।

 

 

ଅର୍ଥ—

(୧୩) କ୍ଷତ୍ରିୟମାନଙ୍କର ଦେବଭାବ ଧନୁଃଶସ୍ତ୍ରବିଦ୍ୟା ।, (୧୪) ସାଧୁଧର୍ମ ଯଜ୍ଞକାର୍ଯ୍ୟ-।, (୧୫) ଭୀତି ତାହାଙ୍କର ମନୁଷ୍ୟଭାବ ।, (୧୬) ପଣ୍ଡିତ ଶରଣାଗତଜନଙ୍କୁ ରକ୍ଷା ନ କରିବା ଦୁଷ୍ଟଭାବ । ୮ ।

 

 

ପ୍ରଶ୍ନ—

କିମେକଂ ଯଜ୍ଞିୟଂ ସାମ କିମେକଂ ଯଜ୍ଞିୟଂ ଯଜୁଃ 

 

କା ଚୈଷା ବୃଣୁତେ ଯଜ୍ଞଂ କାଂ ଯଜ୍ଞୋନାତିବର୍ତ୍ତତେ । ୯ ।

 

 

ଅର୍ଥ—

(୧୭) ଜ୍ଞାନଯଜ୍ଞ ସମ୍ବନ୍ଧୀୟ ସାମବେଦ କିଏ ?, (୧୮) ଆଉ ଜ୍ଞାନଯଜ୍ଞ ସମ୍ବନ୍ଧୀୟ ଯଜୁର୍ବେଦ କିଏ ?, (୧୯) ଓ ଏହି ଜ୍ଞାନଯଜ୍ଞର ଆଚ୍ଛାଦନକର୍ତ୍ତା କିଏ ?, (୨୦) ଏବଂ ଏହି ଜ୍ଞାନଯଜ୍ଞ କାହାକୁ ଉଲ୍ଲଙ୍ଘନ କରେ ନାହିଁ ? । ୯ ।

 

 

ଉତ୍ତର—

ପ୍ରାଣୌ ବୈଯଜ୍ଞିୟଂ ସାମ ମନୋ ବୈଯଜ୍ଞିୟଂ ଯଜୁଃ ।

 

ରୁଗେକା ବୃଣୁତେ ଯଜ୍ଞଂ ତାଂ ଯଜ୍ଞୌ ନାତିବର୍ତ୍ତତେ । ୧୦ ।

 

 

ଅର୍ଥ—

(୧୭) ଜ୍ଞାନଯଜ୍ଞ ସମ୍ବନ୍ଧ ସାମବେଦ ପ୍ରାଣାୟାମ ।, (୧୮) ଜ୍ଞାନଯଜ୍ଞ ସମ୍ବନ୍ଧ ଯଜୁର୍ବେଦ ଏକାଗ୍ରମନ ।, (୧୯) ଏହି ଜ୍ଞାନଯଜ୍ଞକୁ ରୁଗ୍‍ବେଦାଦି ଶାସ୍ତ୍ରବାଣୀ ଉପଦେଶସ୍ଵରୂପହୋଇ ଆଚ୍ଛାଦନ କରେ ।, (୨୦) ଏହି ଜ୍ଞାନଯଜ୍ଞ ବାଣୀକି ଉଲ୍ଲଙ୍ଘନ କରେ ନାହିଁ । । ୧୦ ।

 

 

ପ୍ରଶ୍ନ—

କିଂ ସ୍ଵିଦାବପତାଂ ଶ୍ରେଷ୍ଠଃ କିଂ ସ୍ୱିନ୍ନିବପତାଂ ବରଂ ।

 

କିଂ ସ୍ୱିତ୍ ପ୍ରତିଷ୍ଠମ ନାନାଂ କିଂ ସ୍ୱିତ୍ ପ୍ରସବତାଂ ବରଂ । ୧୧ ।

 

 

ଅର୍ଥ—

(୨୧) ବୁଣିବାଲୋକଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ?, (୨୨) ବୁଣାଯିବା ପଦାର୍ଥମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ?, (୨୩) ପ୍ରତିଷ୍ଠା କରିବା ଲୋକଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ?, (୨୪) ଏବଂ ଉତ୍ପନ୍ନ ହେବା ପଦାର୍ଥ ମଧ୍ୟରେ କିଏ ଶ୍ରେଷ୍ଠ ? । ୧୧ ।

 

 

ଉତ୍ତର—

ବର୍ଷମାବୃପତାଂ ଶ୍ରେଷ୍ଠଂ ବୀଜଂ ନିବପତାଂ ବରଂ ।

 

ଗାବଃ ପ୍ରତିଷ୍ଠମାନାନାଂ ପୁତ୍ରଂ ପ୍ରସବତାଂ ବରଂ । ୧୨ ।

 

 

ଅର୍ଥ—

(୨୧) ବୁଣିବାଲୋକଙ୍କ ମଧ୍ୟରେ ଶ୍ରେଷ୍ଠ ବର୍ଷା ।, (୨୨) ବୁଣାଯିବା ପଦାର୍ଥ ମଧ୍ୟରେ ଶ୍ରେଷ୍ଠ ବୀଜ ।, (୨୩) ପ୍ରତିଷ୍ଠା କରିବା ବ୍ୟକ୍ତିଙ୍କ ମଧ୍ୟରେ ଶ୍ରେଷ୍ଠ ଗୋରୁ ।, (୨୪) ଉତ୍ପନ୍ନ ହେବା ପଦାର୍ଥ ମଧ୍ୟରେ ଶ୍ରେଷ୍ଠ ପୁତ୍ର । । ୧୨ ।

 

 

ପ୍ରଶ୍ନ—

ଇନ୍ଦ୍ରିୟାର୍ଥାନନୁଭବନ୍‌ବୁଦ୍ଧିମାନ୍‌ଲୋକପୂଜିତଃ ।

 

ସଂମତଃ ସର୍ବଭୂତାନା ମୁଚ୍ଛ୍ୱସନ୍ନୋ ନ ଜୀବତି ॥ । ୧୩ ।

 

 

ଅର୍ଥ—

(୨୫) ଇନ୍ଦ୍ରିୟ ଆଉ ରୂପ ରସ ଗନ୍ଧ ସ୍ପର୍ଶ ଶବ୍ଦ ଆଦି ବିଷୟକୁ ଅନୁଭବ କରିଅଛି, ବୁଦ୍ଧିମାନ୍‌ ଏବଂ ଲୋକ ପୂଜିତ ସର୍ବଜୀବ ମାନ୍ୟ ଶ୍ୱାସ ପ୍ରଶ୍ୱାସ ତ୍ୟାଗୀ ଏପରି କିଏ ଜୀଇ ନାଇଁ ଅର୍ଥାତ୍ ମୃତତୁଲ୍ୟ । । ୧୩ ।

 

 

ଉତ୍ତର—

ଦେବତାତିଥିଭୃତ୍ୟାନାଂ ପିତୃଣାମାତ୍ମନଶ୍ଚ ଯଃ ।

 

ନ ନିର୍ବପତି ପଞ୍ଚାନାମୁଚ୍ଛ୍ୱସନ୍ନସଜୀବତି ॥ । ୧୪ ।

 

 

ଅର୍ଥ—

(୨୫) ଦେବତା, ଅତିଥି, ଭୃତ୍ୟ, ପିତୃଗଣ ଓ ନିଜ ଶରୀର ଏହି ପାଞ୍ଚୋଟିକୁ ଯଥାଯୋଗ୍ୟ ସତ୍କାର ନ କରେ ଏପରି ମନୁଷ୍ୟ ଶ୍ୱାସ ପ୍ରଶ୍ୱାସ ତ୍ୟାଗ କରି ମଧ୍ୟ ଜୀବିତ ନୁହେଁ ଅର୍ଥାତ୍ ମୃତସମାନ । । ୧୪ ।

 

 

ପ୍ରଶ୍ନ—

କିଂ ସ୍ଵିଦ୍ଗୁରୁତରଂ ଭୂମେଃ କିଂ ସ୍ଵିଦୁଚ୍ଚରଂ ଚ ଖାତ୍ ।

 

କିଂ ସ୍ଵିଚ୍ଛୀଘ୍ରତରଂ ବାୟୋଃ କିଂ ସ୍ୱିଦ୍ବହୁତରଂ ତୃଣାତ୍ ॥ । ୧୫ ।

 

 

ଅର୍ଥ—

(୨୬) ପୃଥ୍ୱୀଠାରୁ ଗୁରୁତର (ଅତ୍ୟନ୍ତ ଶ୍ରେଷ୍ଠ ଓ ଗୌରବଯୁକ୍ତ) କିଏ ?, (୨୭) ଆକାଶଠାରୁ ଉଚ୍ଚତର (ଅତି ଉଚ୍ଚ, ଶ୍ରେଷ୍ଠ) କିଏ ?, (୨୮) ତଥା ବାୟୁଠାରୁ ଶୀଘ୍ରତର (ଅତ୍ୟନ୍ତ ବେଗବାନ୍) କିଏ ?, (୨୯) ଆଉ ତୃଣଠାରୁ ବହୁତର (ଅଧିକ) ସମୂହଯୁକ୍ତ କିଏ ? । ୧୫ ।

 

 

ଉତ୍ତର—

ମାତା ଗୁରୁତରା ଭୂମେଃ ଖାତ୍ପିତେଚ୍ଚତରସ୍ତଁଥା ।

 

ମନଃ ଶୀଘ୍ରତରଂ ବାତାଚ୍ଚିନ୍ତା ବହୁତରୀ ତୃଣାତ୍ । ୧୬ ।

 

 

ଅର୍ଥ—

(୨୬) ପୃଥିବୀଠାରୁ ଗୁରୁତର ମାତା ।, (୨୭) ଆକାଶଠାରୁ ଉଚ୍ଚତର ପିତା ।, (୨୮) ବାୟୁଠାରୁ ଶୀଘ୍ରତର ମନ ।, (୨୯) ତୃଣଠାରୁ ଅଧିକ ସମୂହଯୁକ୍ତ ଚିନ୍ତା । ୧୬ ।

 

 

ପ୍ରଶ୍ନ—

କିଂ ସ୍ୱିତ୍ସୁପ୍ତଂ ନ ନିମିଷତି କିଂ ସ୍ଵିଜ୍ଜାତଂ ନ ଚୋପତି ।

 

କସ୍ୟ ସ୍ୱିଦ୍ଧୃଦ୍ୱୟଂ ନାସ୍ତି କିଂ ସ୍ଵି ଦ୍ୱେଗେ ନ ବର୍ଦ୍ଧତେ । ୧୭ ।

 

 

ଅର୍ଥ—

(୩୦) ଆଖି ନ ବୁଜି ଶୋଇଥାଏ କିଏ ?, (୩୧) ଉତ୍ପନ୍ନ ହୋଇ କିଏ ସ୍ଵୟଂ ନ ଚଳେ ?, (୩୨) ତଥା କାହାର ହୃଦୟ ନାହିଁ ?, (୩୩) ଆଉ କିଏ ଅତିବେଗରେ ବୃଦ୍ଧି ପ୍ରାପ୍ତ ହୁଏ ? । ୧୭ ।

 

 

ଉତ୍ତର—

ମତ୍ସ୍ୟଃ ସୁପ୍ତୋ ନ ନିମିଷତ୍ୟଣ୍ଡଂ ଜାତଂ ନ ଚୋପତି ।

 

ଅଶ୍ମନୋ ହୃଦୟଂ ନାସ୍ତି ନଦୀ ବେଗେ ନ ବର୍ଦ୍ଧତେ । ୧୮ ।

 

 

ଅର୍ଥ—

(୩୦) ଆଖି ନ ବୁଜି ଶୋଇଥାଏ ମତ୍ସ୍ୟ ।, (୩୧) ଅଣ୍ଡା ଉତ୍ପନ୍ନ ହୋଇ ସ୍ଵୟଂ ଚଳେ ନାହିଁ ।, (୩୨) ପଥରର ହୃଦୟ ନାହିଁ ।, (୩୩) ଏବଂ ନଦୀ ଅତି ବେଗରେ ବଢ଼େ-। ୧୮ ।

 

 

ପ୍ରଶ୍ନ—

କିଂ ସ୍ଵିପ୍ତବସତୋ ମିତ୍ରଂ କିଂ ସ୍ୱିନ୍ନିତ୍ରଂ ଗୃହେସତଃ ।

 

ଆତୁରସ୍ୟ ଚ କିଂ ମିତ୍ରଂ କିଂ ସ୍ୱିନ୍ନିତ୍ରଂ ମରିଷ୍ୟତଃ । ୧୯ ।

 

 

ଅର୍ଥ—

(୩୪) ପରଦେଶୀର ମିତ୍ର କିଏ ?, (୩୫) ଗୃହରେ ମିତ୍ର କିଏ ?, (୩୬) ରୋଗୀର ମିତ୍ର କିଏ ?, (୩୭) ଏବଂ ଆସନ୍ନ ମୃତ୍ୟୁର ମିତ୍ର କିଏ ? । ୧୯ ।

 

 

ଉତ୍ତର—

ସାର୍ଥଃ ପ୍ରବସତୋ ମିତ୍ରଂ ଭାର୍ଯ୍ୟା ମିତ୍ରଂ ଗୃହେସତଃ ।

 

ଆତୁରସ୍ୟ ଭିଷଙ୍ମିତ୍ରଂ ଦାନଂ ମିତ୍ରଂ ମରିଷ୍ୟତଃ । ୨୦ ।

 

 

ଅର୍ଥ—

(୩୪) ପରଦେଶୀର ମିତ୍ର ସଙ୍ଗୀ ସମୂହ ।, (୩୫) ଗୃହରେ ମିତ୍ର ଭାର୍ଯ୍ୟା ।, (୩୬) ରୋଗୀର ମିତ୍ର ବୈଦ୍ୟ ।, (୩୭) ଶୀଘ୍ର ମରୁଥିବା ଲୋକର ମିତ୍ର ଦାନ । । ୨୦ ।

 

 

ପ୍ରଶ୍ନ—

କୋଽତିଥିଃ ସର୍ବଭୂତାନାଂ କିଂ ସ୍ଵିଦ୍ଧର୍ମଂ ସନାତନଂ ।

 

ଅମୃତଂ କିଂ ସ୍ଵିଦ୍ରାଜେନ୍ଦ୍ର କିଂ ସ୍ଵିତ୍ସର୍ବମିଦଂ ଜଗତ୍‌ । ୨୧ ।

 

 

ଅର୍ଥ—

(୩୮) ସମସ୍ତ ପ୍ରାଣୀର ଅତିଥି କିଏ ?, (୩୯) ସନାତନ ଧର୍ମ କିଏ ?, (୪୦) ତଥା ହେ ରାଜନ୍ ଅମୃତମୋକ୍ଷପ୍ରାପ୍ତିର ହେତୁ କିଏ ?, (୪୧) ଆଉ ସର୍ବଜଗତର ଆଧାର ମୁଖ୍ୟ କିଏ ? । ୨୧ ।

 

 

ଉତ୍ତର—

ଅତିଥିଃ ସର୍ବଭୂତାନାମଗ୍ନିଃ ସୋମୋ ଗବାମୃତଂ ।

 

ସନାତନୋ ମୃତୋ ଧର୍ମୋ ବାୟୁଃ ସର୍ବମିଦଂ ଜଗତ୍‌ । ୨୨ ।

 

 

ଅର୍ଥ—

(୩୮) ସମସ୍ତପ୍ରାଣୀଙ୍କର ଅତିଥି ଅଗ୍ନି ।, (୩୯) ଗୋରୁର ଅମୃତ ସମାନ ଦୁଗ୍ଧ ଘୃତାଦିରେ ହୋମ ଯଜ୍ଞାଦି ଶ୍ରେଷ୍ଠକର୍ମ ସନାତନଧର୍ମ ।, (୪୦) ତଥା ଅମୃତ ମୋକ୍ଷପ୍ରାପ୍ତିର ହେତୁ ଧର୍ମ ।, (୪୧) ଆଉ ସର୍ବଜଗତର ଜୀବନ ଆଧାର ସ୍ୱରୂପ ମୁଖ୍ୟବାୟୁ । । ୨୨ ।

 

 

ପ୍ରଶ୍ନ—

କିଂ ସ୍ଵିଦେକୋ ବିଚରତେ ଜାତକୋ ଜାୟତେ ପୁନଃ ।

 

କିଂ ସ୍ଵିଦ୍ଧିମସ୍ୟ ଭୈଷଜ୍ୟଂ କିଂ ସ୍ନିଦାବପନଂ ମହତ୍‌ । ୨୩ ।

 

 

ଅର୍ଥ—

(୪୨) ଏକାକେ କିଏ ବିଚରଣ କରେ ?, (୪୩) ଜାତ ହୋଇ କିଏ ପୁଣି ଜାତ ହୁଏ ?, (୪୪) ତଥା ଶୀତର ଔଷଧ କିଏ ?, (୪୫) ଏବଂ ବୁଣାଯିବାର ବଡ଼ ଶ୍ରେଷ୍ଠ ସ୍ଥାନ କିଏ-? । ୨୩ ।

 

 

ଉତ୍ତର—

ସୂର୍ଯ୍ୟ ଏକୋ ବିଚରତେ ଚନ୍ଦ୍ରମା ଜାୟତେ ପୁନଃ ।

 

ଅଗ୍ନିର୍ହିମତ୍ସ୍ୟ ଭୈଷଜ୍ୟଂ ଭୂମିରାବପନ ମହତ୍ । ୨୪ ।

 

 

ଅର୍ଥ—

(୪୨) ଏକାକେ ବିଚରଣ କରନ୍ତି ସୂର୍ଯ୍ୟ ।, (୪୩) ବାରମ୍ବାର ଉତ୍ପନ ହୁଏ ଚନ୍ଦ୍ର ।, (୪୪) ଶୀତର ଔଷଧ ଅଗ୍ନି ।, (୪୫) ବୁଣିବାର ବଡ଼ ସ୍ଥାନ ପୃଥିବୀ । ୨୪ ।

 

 

ପ୍ରଶ୍ନ—

କିଂସ୍ୱିଦେକପଦଂ ଧର୍ମ୍ୟଂ କିଂସ୍ୱିଦେକପଦଂ ଯଶଃ ।

 

କିଂସ୍ୱିଦେକପଦଂ ସ୍ୱର୍ଗ୍ୟଂ କିଂସ୍ୱିଦେକପଦଂ ସୁଖଂ । ୨୫ ।

 

 

ଅର୍ଥ—

(୪୬) ଧର୍ମର ଶ୍ରେଷ୍ଠ ଏକପଦ କିଏ ?, (୪୭) ଯଶର ଶ୍ରେଷ୍ଠ ଏକପଦ କିଏ ?, (୪୮) ତଥା ସ୍ଵର୍ଗପ୍ରାପ୍ତିର ଶ୍ରେଷ୍ଠ ଏକପଦ କିଏ ?, (୪୯) ସୁଖପ୍ରାପ୍ତିର ଶ୍ରେଷ୍ଠ ଏକପଦ କିଏ-?- ୨୫

 

 

ଉତ୍ତର—

ଦାକ୍ଷ୍ୟମେକପଦଂ ଧର୍ମ୍ୟଂ ଦାନମେକପଦଂ ଯଶଃ ।

 

ସତ୍ୟମେକପଦଂ ସ୍ୱର୍ଗ୍ୟଂ ଶୀଳମେକପଦଂ ସୁଖଂ । ୨୬ ।

 

 

ଅର୍ଥ—

(୪୬) ଧର୍ମର ଶ୍ରେଷ୍ଠ ଏକପଦ ବ୍ରହ୍ମଜ୍ଞାନ ।, (୪୭) ଯଶର ଶ୍ରେଷ୍ଠ ଏକପଦ(ସ୍ଥାନ) ଦାନ ।, (୪୮) ସ୍ଵର୍ଗପ୍ରାପ୍ତିର ଶ୍ରେଷ୍ଠ ଏକପଦ(ସ୍ଥାନ) ସତ୍ୟାଚରଣ ।, (୪୯) ସୁଖପ୍ରାପ୍ତିର ଶ୍ରେଷ୍ଠ ଏକପଦ(ସ୍ଥାନ) ଶୀଳଶ୍ରେଷ୍ଠ ସ୍ଵଭାବ । ୨୬ ।

 

 

ପ୍ରଶ୍ନ—

କିଂସ୍ଵିଦାତ୍ମା ମନୁଷ୍ୟସ୍ୟ କିସ୍ୱିଦ୍ଦୈବକୃତଃସଖା ।

 

ଉପଜୀବନଂ କିଂସ୍ୱିଦସ୍ୟ କିଂସ୍ଵିଦସ୍ୟ ପରାୟଣଂ । ୨୭ ।

 

 

ଅର୍ଥ—

(୫୦) ମନୁଷ୍ୟର ଆତ୍ମା କିଏ ?, (୫୧) ପୁରୁଷର ଦେବକୃତ ମିତ୍ର କିଏ ?, (୫୨) ମନୁଷ୍ୟର ଉପଜୀବନ କିଏ ?, (୫୩) ଆଉ ମନୁଷ୍ୟର ପରାୟଣ କିଏ ? । ୨୭ ।

 

 

ଉତ୍ତର—

ପୁତ୍ର ଆତ୍ମା ମନୁଷ୍ୟସ୍ୟ ଭାର୍ଯ୍ୟା ଦୈବକୃତଃ ସଖା ।

 

ଉପଜୀବନଂ ଚ ପର୍ଜନ୍ୟୋ ଦାନମସ୍ୟ ପରାୟଣଂ । ୨୮ ।

 

 

ଅର୍ଥ—

(୫୦) ମନୁଷ୍ୟର ଆତ୍ମା ପୁତ୍ର ।, (୫୧) ପୁରୁଷର ଦୈବକୃତମିତ୍ର ଭାର୍ଯ୍ୟା ।, (୫୨) ମନୁଷ୍ୟର ଉପଜୀବନ ମେଘ ।, (୫୩) ଆଉ ମନୁଷ୍ୟର ଶ୍ରେଷ୍ଠ ପରାୟଣ ଦାନ । ୨୮ ।

 

 

ପ୍ରଶ୍ନ—

ଧନ୍ୟାନାମୁତ୍ତମଂ କିଂସ୍ଵିଦ୍ଧନାନାଂ ସ୍ୟାକ୍ତିମୁତ୍ତମଂ ।

 

ଲାଭାନାମୁତ୍ତମଂ କିଂସ୍ଵିତ୍ସୁଖାନାଂ ତ୍ସ୍ୟାକ୍ତିମୁତ୍ତମଂ । ୨୯ ।

 

 

ଅର୍ଥ—

(୫୪) ଧନ୍ୟବାଦ ମଧ୍ୟରେ ଉତ୍ତମ କିଏ ?, (୫୫) ଧନ ମଧ୍ୟରେ ଉତ୍ତମ କିଏ ?, (୫୬) ଲାଭ ମଧ୍ୟରେ ଉତ୍ତମ କିଏ ?, (୫୭) ଓ ସୁଖ ମଧ୍ୟରେ ଉତ୍ତମ କିଏ ? । ୨୯ ।

 

 

ଉତ୍ତର—

ଧନ୍ୟାନାମୁତ୍ତମଂ ଦାକ୍ଷ୍ୟଂ ଧନାନାମୁତ୍ତମଂ ଶ୍ରୁତଂ ।

 

ଲାଭାନାଂ ଶ୍ରେୟ ଆରୋଗ୍ୟଂ ସୁଖାନାଂ ତୁଷ୍ଟିରୁତ୍ତମା । ୩୦ ।

 

 

ଅର୍ଥ—

(୫୪) ଧନ୍ୟବାଦ ମଧ୍ୟରେ ଉତ୍ତମ ନିପୁଣତା ।, (୫୫) ଧନମାନଙ୍କ ମଧ୍ୟରେ ଶ୍ରେଷ୍ଠ ଧନ ବିଦ୍ୟା ଓ ବେଦାଦି ଶାସ୍ତ୍ର ପଠନ ।, (୫୬) ଲାଭ ମଧ୍ୟରେ ଶ୍ରେଷ୍ଠ ଆରୋଗ୍ୟତା-।, (୫୭) ସୁଖ ମଧ୍ୟରେ ଉତ୍ତମ ସୁଖ ତୃଷ୍ଣା ନାଶ ଆଉ ସନ୍ତୋଷ । ୩୦ ।

 

 

ପ୍ରଶ୍ନ—

କଶ୍ଚ ଧର୍ମଃ ପରୋଲୋକେ କଶ୍ଚ ଧର୍ମଃ ସଦାଫଳଃ ।

 

କିଂ ନିୟମ୍ୟ ନ ଶୋଚନ୍ତି କୈଶ୍ଚ ସନ୍ଧିର୍ନଜାୟତେ । ୩୧ ।

 

 

ଅର୍ଥ—

(୫୮) ଇହଲୋକରେ ସବୁଠାରୁ ଶ୍ରେଷ୍ଠଧର୍ମ କିଏ ?, (୫୯) କେଉଁ ଧର୍ମ ସର୍ବଦା ସୁଖାଦି ଫଳ ଦିଏ ?, (୬୦) କି ନିୟମରେ ଲୋକମାନେ ଶୋକ କରନ୍ତି ନାହିଁ ?, (୬୧) ଆଉ କାହାର ସହିତ ସନ୍ଧି କଲେ ମିତ୍ରତା ନଷ୍ଟ ହୁଏ ନାହିଁ ? । ୩୧ ।

 

 

ଉତ୍ତର—

ଆନୃଶଂସ୍ୟଂ ପରୋ ଧର୍ମ୍ମସ୍ତ୍ରୟୀଧର୍ମ୍ମଃ ସଦାଫଳଃ ।

 

ମନୋ ଯସ୍ୟ ନ ଶୋଚନ୍ତି ସଭିଃ ସନ୍ଧିର୍ନ ଜୀର୍ଯ୍ୟତେ । ୩୨ ।

 

 

ଅର୍ଥ—

(୫୮) ଆନୃଶଂସ୍ୟଂ (ଦୟାଳୁତା, ଅଭୟଦାନ, ଅହିଂସା, ବୈରତ୍ୟାଗ ଇତ୍ୟାଦି) ସବୁଠାରୁ ଶ୍ରେଷ୍ଠଧର୍ମ ।, (୫୯) ବେଦୋକ୍ତ ଧର୍ମ ସର୍ବଦା ସୁଖାଦି ଉତ୍ତମ ଫଳ ଦିଏ ।, (୬୦) ତଥା ମନକୁ କୁମାର୍ଗରୁ ନିବୃତ୍ତ କରି ଈଶ୍ଵରାଦି ଶ୍ରେଷ୍ଠ ବିଷୟରେ ଜଣାଇଲେ ଶୋକ କରିବାକୁ ପଡ଼ିବ ନାହିଁ ।, (୬୧) ସାଧୁ ସଙ୍ଗରେ ମିତ୍ରତା କଲେ ନଷ୍ଟ ହୁଏ ନାହିଁ । ୩୨ ।

 

 

ପ୍ରଶ୍ନ—

କିଂନୁ ହିତ୍ଵା ପ୍ରିୟୋ ଭବତି କିଂନୁ ହିତ୍ୱା ନ ଶୋଚତି ।

 

କିଂନୁ ହିତ୍ଵାର୍ଥବାନ୍ମୁବତି କିଂନୁ ହିତ୍ୱା ସୁଖୀ ଭବେତ୍‌ । ୩୩ ।

 

 

ଅର୍ଥ—

(୬୨) ମନୁଷ୍ୟ କାହାକୁ ତ୍ୟାଗ କଲେ ସମସ୍ତଙ୍କର ପ୍ରିୟ ହୁଏ ?, (୬୩) କାହାକୁ ତ୍ୟାଗ କଲେ ଶୋକ କରିବାକୁ ପଡେ ନାହିଁ ?, (୬୪) ତଥା କାହାକୁ ତ୍ୟାଗ କଲେ ଧନୀ ହୁଏ ?, (୬୫) ଏବଂ କାହାକୁ ତ୍ୟାଗ କଲେ ଶୁଖି ହୁଏ ? । ୩୩ ।

 

 

ଉତ୍ତର—

ମାନଂ ହିତ୍ଵା ପ୍ରିୟୋଭବତି କ୍ରୋଧଂ ହିତ୍ୱା ନ ଶୋଚତି ।

 

କାମଂ ହିତ୍ଵାର୍ଥବାନ୍‌ଭବତି ଲୋଭଂ ହିତ୍ୱା ସୁଖୀ ଭବେତ୍‌ । ୩୪ ।

 

 

ଅର୍ଥ—

(୬୨) ମନୁଷ୍ୟ ଅଭିମାନ ତ୍ୟାଗ କଲେ ସମସ୍ତଙ୍କର ପ୍ରିୟ ହୁଏ ।, (୬୩) କ୍ରୋଧ ତ୍ୟାଗ କଲେ ଶୋକରହିତ ହୁଏ ।, (୬୪) କାମ (ଅତ୍ୟନ୍ତାଭିଳାଷ, ତୃଷ୍ଣା) ତ୍ୟାଗ କଲେ ଧନୀ ହୁଏ ।, (୬୫) ଓ ଲୋଭ ତ୍ୟାଗ କଲେ ସୁଖୀ ହୁଏ । ୩୪ ।

 

 

ପ୍ରଶ୍ନ—

କିମର୍ଥଂ ବ୍ରାହ୍ମଣେ ଦାନଂ କିମର୍ଥଂ ନଟନର୍ତ୍ତକେ 

 

କିମର୍ଥଂ ଚୈବ ଭୃତ୍ୟେଷୁ କିମର୍ଥଂ ଚୈବ ରାଜସୁ  । ୩୫ ।

 

 

ଅର୍ଥ—

(୬୬) କି ନିମିତ୍ତ ବ୍ରାହ୍ମଣଙ୍କୁ ଧନାଦି ପଦାର୍ଥ ଦାନ କରାଯାଏ ?, (୬୭) ନଟନର୍ତ୍ତକ ପ୍ରଭୃତିଙ୍କୁ କି ସକାଶେ ଧନାଦି ପଦାର୍ଥ ଦିଆଯାଏ ?, (୬୮) ତଥା ଭୃତ୍ୟ ଓ ସେବାକାରୀଙ୍କୁ କି ନିମିତ୍ତ ଧନାଦି ପଦାର୍ଥ ଦିଆଯାଏ ।, (୬୯) ଏବଂ ରାଜାଙ୍କୁ କି ନିମିତ୍ତ ଧନାଦି ପଦାର୍ଥ ଦିଆଯାଏ ? । ୩୫ ।

 

 

ଉତ୍ତର—

ଧର୍ମାର୍ଥଂ ବ୍ରାହ୍ମଣେ ଦାନଂ ଯଶୋର୍ଥଂ ନଟନର୍ତ୍ତକେ ।

 

ଭୃତ୍ୟେଷୁ ଭରଣାର୍ଥଂ ବୈ ଭୟାର୍ଥଂ ଚୈବ ରାଜସୁ । ୩୬ ।

 

 

ଅର୍ଥ—

(୬୬) ଧର୍ମପ୍ରାପ୍ତି ଅର୍ଥରେ ବ୍ରାହ୍ମଣଙ୍କୁ ଦିଆଯାଏ ।, (୬୭) ଯଶଲାଭ ନିମିତ୍ତ ନଟନର୍ତ୍ତକାଦିଙ୍କୁ ଦିଆଯାଏ ।, (୬୮) ପୋଷଣ ନିମିତ୍ତ ସେବାକାରୀଙ୍କୁ ଦିଆଯାଏ ।, (୬୯) ଏବଂ ଭୟ କାରଣରୁ ରାଜାଙ୍କୁ ଦିଆଯାଏ । ୩୬ ।

 

 

ପ୍ରଶ୍ନ—

କେନ ସ୍ୱିଦାବୃତୋ ଲୋକଃ କେନ ସ୍ଵିନ୍ନ ପ୍ରକାଶତେ ।

 

କେନ ତ୍ୟଜତି ମିତ୍ରାଣି କେନ ସ୍ୱର୍ଗଂ ନ ଗଚ୍ଛତି । ୩୭ ।

 

 

ଅର୍ଥ—

(୭୦) ମନୁଷ୍ୟ କାହିଁରେ ଆବୃତ ଥାଏ ?, (୭୧) କାହା ଦ୍ଵାରା ପ୍ରକାଶ ନ ପାଏ ?, (୭୨) କେଉଁ କାରଣରୁ ମିତ୍ରକୁ ତ୍ୟାଗ କରାଯାଏ ?, (୭୩) କି କାର୍ଯ୍ୟ କଲେ ସ୍ୱର୍ଗସୁଖ ପ୍ରାପ୍ତ ନ ହୁଏ ? । ୩୭ ।

 

 

ଉତ୍ତର—

ଅଜ୍ଞାନ୍ନେନବୃତୋ ଲୋକସ୍ତମସା ନ ପ୍ରକାଶତେ ।

 

ଲୋଭାତ୍ତ୍ୟଜତି ମିତ୍ରାଣି ସଙ୍ଗାତ୍ସ୍ଵର୍ଗନ୍ନ ଗଚ୍ଛତି । ୩୮ ।

 

 

ଅର୍ଥ—

(୭୦) ମନୁଷ୍ୟ ଅଜ୍ଞାନରେ ଆବୃତ ହୋଇଥାଏ ।, (୭୧) ଅଜ୍ଞାନରୂପ ଅନ୍ଧକାର ଦ୍ଵାରା ପ୍ରକାଶ ନ ପାଏ ।, (୭୨) ତଥା ଲୋଭ କାରଣରୁ ମିତ୍ରକୁ ତ୍ୟାଗ କରେ ।, (୭୩) ଆଉ ଦୁଷ୍ଟ ବିଷୟରେ ଆସକ୍ତି ହେଲେ ସ୍ଵର୍ଗସୁଖ ମିଳେ ନାହିଁ । ୩୮ ।

 

 

ପ୍ରଶ୍ନ—

ମୃତଃ କଥଂ ସ୍ୟାତ୍ପୁରୁଷଃ କଥଂ ରାଷ୍ଟ୍ର ମୃତଂ ଭବେତ୍ ।

 

ଶ୍ରାଦ୍ଧଂ ମୃତଂ କଥଂ ବାସ୍ୟାତ୍କଥଂ ଯଜ୍ଞୋମୃତୋ ଭବେତ୍ । ୩୯ ।

 

 

ଅର୍ଥ—

(୭୪) ଜୀଅନ୍ତା ଲୋକ କିପରି ମୃତର ସମାନ ହୁଏ ?, (୭୫) ରାଜ୍ୟଦେଶ କିପରି ମୃତ ସମାନ ହୁଏ ?, (୭୬) ଶ୍ରାଦ୍ଧ କିପରି ମୃତ ସମାନ ହୁଏ ?, (୭୭) ଆଉ ଯଜ୍ଞ କିପରି ମୃତ ସମାନ ? । ୩୯ ।

 

 

ଉତ୍ତର—

ମୃତୋ ଦରିଦ୍ରଃ ପୁରୁଷୋ ମୃତଂ ରାଷ୍ଟ୍ର ମରାଜକଂ ।

 

ମୃତମଶ୍ରୋତ୍ରୀୟ ଶ୍ରାଦ୍ଧଂ ମୃତୋ ଯଜ୍ଞସ୍ତ୍ଵଦକ୍ଷିଣଃ । ୪୦ ।

 

 

ଅର୍ଥ—

(୭୪) ଦରିଦ୍ର, (ଲୋଭୀ), ପୁରୁଷ ମୃତକ ସମାନ ।, (୭୫) ରାଜା ନଥିବା ଦେଶ ମୃତକ ସମାନ ।, (୭୬) ଶ୍ରୋତ୍ରିୟ-(ବେଦାଦି ଶାସ୍ତ୍ର ଜାଣିଥିବା ବିଦ୍ୱାନ) ବ୍ୟତିରେକରେ ଶ୍ରାଦ୍ଧ ମୃତକ ସମାନ ।, (୭୭) ଦକ୍ଷିଣା ରହିତ ଯଜ୍ଞ ମୃତକ ସମାନ । ୪୦ ।

 

 

ପ୍ରଶ୍ନ—

କାଦିକ୍ଜିମୁଦକଂ ପ୍ରୋକ୍ତଂ କିମନ୍ନଂ କିଂଚ ବୈବିଷଂ ।

 

ଶ୍ରାଦ୍ଧସ୍ୟ କାଳମାଖ୍ୟାହି ତତଃ ପିବ ହରସ୍ଵ ଚ । ୪୧ ।

 

 

ଅର୍ଥ—

(୭୮) ଉପଦିଶନ୍ତି ଇତିଦିକ୍ ଉପଦେଶ ଦେବା ଯୋଗ୍ୟ କିଏ ?, (୭୯) ଜଳାଦି ଜଗତର ଆଧାର କିଏ ?, (୭୯) ଜଗତକୁ ଅନ୍ନାଦି ଭୋଜନ ଦେବା ବ୍ୟକ୍ତି କିଏ ?, (୮୦) ବିଷର ସମାନ କିଏ ?, (୮୧) ଶ୍ରାଦ୍ଧର ସମୟ କିଏ ?, (୮୨) ହେ ଯୁଧିଷ୍ଠିର ଏହାର ଉତ୍ତର କରି ଜଳପାନ କର । ୪୧ ।

 

 

ଉତ୍ତର—

ସନ୍ତୋ ଦିଗ୍‌ଜଳମାକାଶଂ ଗୌରନ୍ନଂ ପ୍ରାଥର୍ନା ବିଷଂ ।

 

ଶ୍ରାଦ୍ଧସ୍ୟ ବ୍ରାହ୍ମଣଃ କାଳଃ କଥଂ ବା ଯକ୍ଷମନ୍ୟସେ । ୪୨ ।

 

 

ଅର୍ଥ—

(୭୮) ସଜ୍ଜନଲୋକ ଉପଦେଶ ଦେବା ଯୋଗ୍ୟ ।, (୭୯) ଆକାଶ ଜଳାଦି ସବୁ ଜଗତର ଆଧାର ।, (୮୦) ଗୋରୁ ଜଗତକୁ ଶୁଦ୍ଧ ଅନ୍ନାଦି ଭୋଜନ ଦିଏ ।, (୮୧) ପ୍ରାର୍ଥନା ବିଷର ସମାନ ।, (୮୨) ଉତ୍ତମବ୍ରାହ୍ମଣ ଶ୍ରାଦ୍ଧର ସମୟ, ହେ ଯକ୍ଷ ତୁମ୍ଭେ କିପରି ଜ୍ଞାନ କର । ୪୨ ।

 

 

ପ୍ରଶ୍ନ—

ତପଃ କିଂ ଲକ୍ଷଣଂ ପ୍ରୋକ୍ତଂ କୋ ଦମଶ୍ଚ ପ୍ରକୀର୍ତ୍ତିତଃ ।

 

କ୍ଷମା ଚ କା ପରା ପ୍ରୋକ୍ତା କା ଚ ହ୍ରୀଃ ପରିକୀର୍ତ୍ତିତା । ୪୩ ।

 

 

ଅର୍ଥ—

(୮୩) ତପର ଲକ୍ଷଣ କ’ଣ ?, (୮୪) ଦମ କାହାକୁ କହି ?, (୮୫) ଶ୍ରେଷ୍ଠ କ୍ଷମା କାହାକୁ କୁହାଯାଏ ?, (୮୬) ଲଜ୍ଜା କାହାକୁ କୁହାଯାଏ ? । ୪୩ ।

 

 

ଉତ୍ତର—

ତପଃ ସ୍ୱଧର୍ମବର୍ତ୍ତିତ୍ୱଂ ମନସୋ ଦମନଂ ଦମଃ ।

 

କ୍ଷମା ଦ୍ଵନ୍ଦ୍ୱ ସହିଷ୍ଣୁହଂ ହ୍ରୀରକାର୍ଯ୍ୟନିବର୍ତ୍ତନଂ । ୪୪ ।

 

 

ଅର୍ଥ—

(୮୩) ସ୍ୱଧର୍ମରେ ରହିବାର ନାମ ତପ ।, (୮୪) ମନକୁ ଦମନ କରିବାର ନାମ ଦମ ।, (୮୫) ଶୀତ ଉଷ୍ଣ କ୍ଷୁଧା ପିପାସାଦି ଦ୍ଵନ୍ଦ ସହିବାର ନାମ କ୍ଷମା ।, (୮୬) ଅକାର୍ଯ୍ୟ ଦୁଷ୍ଟ ପାପାଦି କର୍ମରୁ ନିବୃତ୍ତ ହେବାର ନାମ ଲଜ୍ଜା । ୪୪ ।

 

 

ପ୍ରଶ୍ନ—

କିଂ ଜ୍ଞାନଂ ପ୍ରୋଚ୍ୟତେ ରାଜନ୍ କଃ ଶମଶ୍ଚ ପ୍ରକୀର୍ତ୍ତିତଃ ।

 

ଦୟା ଚ କା ପରା ପ୍ରୋକ୍ତା କିଂ ଚାର୍ଜବମୁଦାହୃତଂ । ୪୫ ।

 

 

ଅର୍ଥ—

(୮୭) ହେ ରାଜନ୍ ଜ୍ଞାନ କାହାକୁ କହନ୍ତି ?, (୮୮) ଶମ କିଏ ?, (୮୯) ଶ୍ରେଷ୍ଠ ଦୟା କିଏ ?, (୯୦) ଆର୍ଜବ କାହାକୁ କହନ୍ତି ? । ୪୫ ।

 

 

ଉତ୍ତର—

ଜ୍ଞାନଂ ତତ୍ତ୍ୱାର୍ଥ ସମ୍ବୋଧଃ ଶମଶ୍ଚିତ୍ତପ୍ରଶାନ୍ତତା ।

 

ଦୟା ସର୍ବ ସୁଖୈଷିବ୍ତମାର୍ଜବଂ ସମଚିତ୍ତତା । ୪୬ ।

 

 

ଅର୍ଥ—

(୮୭) ତତ୍ତ୍ୱାର୍ଥକୁ ଉତ୍ତମ ରୂପରେ ଜାଣିବାକୁ ଜ୍ଞାନ କହନ୍ତି ।, (୮୮) ଚିତ୍ତର ତୃଷ୍ଣାଦି ନିବୃତ୍ତ ହୋଇ ଶାନ୍ତ ହେବାର ନାମ ଶମ ।, (୮୯) ସମସ୍ତ ଜୀବର ସୁଖ କାମନାକୁ ଦୟା କହନ୍ତି ।, (୯୦) ଆପଣା ଜୀବନ ତୁଲ୍ୟ ପର ଜୀବକୁ ଦେଖିବାର ନାମ ଆର୍ଜବ-। ୪୬ ।

 

 

ପ୍ରଶ୍ନ—

କଃ ଶତ୍ରୁର୍ଦୁର୍ଜୟଃ ପୁଂସାଂ କଶ୍ଚ ବ୍ୟାଧିରନନ୍ତକଃ ।

 

କିଦୃଶଶ୍ଚ ସ୍ମୃତଃ ସାଧୁରସାଧୁଃ କୀଦୃଶିଃ ସ୍ମୃତଃ । ୪୭ ।

 

 

ଅର୍ଥ—

(୯୧) ଦୁର୍ଜୟ (ଦୁଃଖ ଆଉ କଠିନରେ ଜୟ ଯୋଗ୍ୟ) ଶତ୍ରୁ କିଏ ?, (୯୨) ପୁରୁଷମାନଙ୍କ ଅନନ୍ତ ବ୍ୟାଧି କିଏ ?, (୯୩) ସାଧୁଶ୍ରେଷ୍ଠ ସଜ୍ଜନ କିଏ ?, (୯୪) ଆସାଧୁ ଦୁଷ୍ଟ ଦୁର୍ଜନ କିଏ ? । ୪୭ ।

 

 

ଉତ୍ତର—

କ୍ରୋଧଃ ସୁଦୁର୍ଜୟଃ ଶତ୍ରୁର୍ଲୋଭୋ ବ୍ୟାଧିରନନ୍ତକଃ ।

 

ସର୍ବଭୂତହିତଃ ସାଧୁରସାଧୁ ନିର୍ଦୟଃ ସ୍ମୃତଃ । ୪୮ ।

 

 

ଅର୍ଥ—

(୯୧) କ୍ରୋଧରୂପ ଶତ୍ରୁ ଦୁର୍ଜୟ ।, (୯୨) ଲୋଭ ପୁରୁଷମାନଙ୍କର ଅନନ୍ତ ବ୍ୟାଧି ।, (୯୩) ସର୍ବପ୍ରାଣୀଙ୍କର ମଙ୍ଗଳ ବାଞ୍ଚା କରିବା ବ୍ୟକ୍ତିକୁ ସାଧୁ କହନ୍ତି ।, (୯୪) ନିର୍ଦ୍ଦୟ (ଦୟା ରହିତ) ବ୍ୟକ୍ତିକୁ ଅସାଧୁ କହନ୍ତି । ୪୮ ।

 

 

ପ୍ରଶ୍ନ—

କୋ ମୋହଃ ପ୍ରୋଚ୍ୟତେ ରାଜନ୍ କଶ୍ଚ ମାନଃ ପ୍ରକୀର୍ତ୍ତିତଃ ।

 

କିମାଳସ୍ୟଂ ଚ ବିଜ୍ଞେୟଂ କଶ୍ଚ ଶୋକଃ ପ୍ରକୀର୍ତ୍ତିତଃ । ୪୯ ।

 

 

ଅର୍ଥ—

(୯୫) ମୋହ କାହାକୁ କହନ୍ତି ?, (୯୬) ମାନ କାହାକୁ କହନ୍ତି ?, (୯୭) ଆଳସ୍ୟକୁ କିପରି ଜାଣିବ ?, (୯୮) ଶୋକ କାହାକୁ କହନ୍ତି ? । ୪୯ ।

 

 

ଉତ୍ତର—

ମୋହୋ ହି ଧର୍ମ୍ମ ମୁଢ଼ହଂ ମାନସ୍ତ୍ୱାତ୍ମାଭିମାନତା ।

 

ଧର୍ମନିଷ୍କ୍ରିୟତାଳସ୍ୟଂ ଶୋକସ୍ତ୍ଵଜ୍ଞାନମୁଚ୍ୟତେ । ୫୦ ।

 

 

ଅର୍ଥ—

(୯୫) ଧର୍ମରେ ମୁଢ଼ତାକୁ ମୋହ କହନ୍ତି ।, (୯୬) ଆତ୍ମାକୁ ଶରୀରରେ ଅଭିମାନ କରିବାକୁ ମାନ କହନ୍ତି ।, (୯୭) ଧର୍ମାଚରଣ ନ କରିବାକୁ ଆଳସ୍ୟ କହନ୍ତି ।, (୯୮) ଆଉ ଅଜ୍ଞାନକୁ ଶୋକ କହନ୍ତି । ୫୦ ।

 

 

ପ୍ରଶ୍ନ—

କିଂ ସ୍ଥୈର୍ଯ୍ୟମୃଷିଭିଃ ପ୍ରୋକ୍ତଂ କିଂ ଚ ଧୈର୍ଯ୍ୟମୁଦାହୃତଂ ।

 

ସ୍ନାନଂ ଚ କିଂ ପରଂ ପ୍ରୋକ୍ତଂ ଦାନଂ ଚ କିମିହେ ଚ୍ୟତେ । ୫୧ ।

 

 

ଅର୍ଥ—

(୯୯) ଋଷିମୁନି ଲୋକ କାହାକୁ ସ୍ଥୈର୍ଯ୍ୟ (ସ୍ଥିରତା) କହନ୍ତି ?, (୧୦୦) ଧୈର୍ଯ୍ୟ କାହାକୁ କହନ୍ତି ?, (୧୦୧) ତଥା ଶ୍ରେଷ୍ଠ ସ୍ନାନ କାହାକୁ କହନ୍ତି ?, (୧୦୨) ଆଉ ଶ୍ରେଷ୍ଠ ଦାନ କାହାକୁ କହନ୍ତି ? । ୫୧ ।

 

 

ଉତ୍ତର—

ସ୍ଵଧର୍ମେ ସ୍ଥିରତା ସ୍ଥୈର୍ଯ୍ୟଂ ଧୈର୍ଯ୍ୟମିନ୍ଦ୍ରିୟନିଗ୍ରହଃ ।

 

ସ୍ଥାନଂ ମନୋମଳତ୍ୟାଗୋ ଦାନଂ ବୈ ଭୂତରକ୍ଷଣଂ । ୫୨ ।

 

 

ଅର୍ଥ—

(୯୯) ସ୍ୱଧର୍ମରେ ସ୍ଥିର ହୋଇ ରହିବାର ନାମ ସ୍ଥୈର୍ଯ୍ୟ ।, (୧୦୦) ଇନ୍ଦ୍ରିୟକୁ ଜୟକରି ଆପଣା ଆୟତ୍ତରେ ରଖିବାରେ ନାମ ଧୈର୍ଯ୍ୟ ।, (୧୦୧) ମନରୁ ମଳିରୂପ ରାଗ ଦ୍ଵେଷ ଅସତ୍ୟାଦି ତ୍ୟାଗ କରିବାର ନାମ ଶ୍ରେଷ୍ଠ ସ୍ନାନ ।, (୧୦୨) ଜୀବର ରକ୍ଷା ଆଉ ଅହିଂସାର ନାମ ଶ୍ରେଷ୍ଠ ଦାନ । ୫୨ ।

 

 

ପ୍ରଶ୍ନ—

କଃ ପଣ୍ଡିତ ପୁମାନ୍ଜ୍ଞେୟୋ ନାସ୍ତିକଶ୍ଚକ ଉଗ୍ୟତେ ।

 

କୋ ମୂର୍ଖଃ କଶ୍ଚ କାମଃସ୍ୟାତ୍କୋ ମତ୍ସର ଇତିସ୍ମୃତଃ । ୫୩ ।

 

 

ଅର୍ଥ—

(୧୦୩) କେଉଁ ପୁରୁଷକୁ ପଣ୍ଡିତ କହନ୍ତି ?, (୧୦୪) ନାସ୍ତିକ ଆଉ ମୂର୍ଖ କାହାକୁ କହନ୍ତି ? (୧୦୫) ଆଉ କାମ କିଏ ?, (୧୦୬) ଏବଂ ମତ୍ସର କାହାକୁ କହନ୍ତି ? । ୫୩ ।

 

 

ଉତ୍ତର—

ଧର୍ମଜ୍ଞଃ ପଣ୍ଡିତୋ ଜ୍ଞେୟୋ ନାସ୍ତିକୋ ମୂର୍ଖ ଉଚ୍ୟତେ ।

 

କାମଃ ସଂସାରହେତୁଶ୍ଚ ହୃତ୍ତାପୋ ମତ୍ସରଃ ସ୍ମୃତଃ । ୫୪ ।

 

 

ଅର୍ଥ—

(୧୦୩) ଧର୍ମ ଜାଣୁଥିବା ଓ ଧର୍ମାଚରଣ କରୁଥିବା ପୁରୁଷକୁ ପଣ୍ଡିତ କହନ୍ତି ।, (୧୦୪) ଈଶ୍ୱର ଆଉ ଅପର ଦେବ ଦେବୀଙ୍କୁ ନ ମାନୁଥିବା ଲୋକକୁ ନାସ୍ତିକ ଆଉ ମୂର୍ଖ କହନ୍ତି ।, (୧୦୫) ସଂସାରର ଉତ୍ପତ୍ତି ହେତୁକୁ କାମ କହନ୍ତି ।, (୧୦୬) ଅନ୍ୟର ସୁଖ ଓ ଐଶ୍ୱର୍ଯ୍ୟାଦି ଦେଖି ସନ୍ତାପ କରିବାର ନାମ ମତ୍ସର । ୫୪ ।

 

 

ପ୍ରଶ୍ନ—

କୋଽହଂକାର ଇତ ପ୍ରୋକ୍ତଃ କଶ୍ଚ ଦମ୍ଭଃ ପ୍ରକୀର୍ତ୍ତିତଃ ।

 

କିଂତଦ୍ଦୈବଂ ପରଂପ୍ରୋକ୍ତଂ କିଂତପ୍ତୈଶୂନ୍ୟମୁଚ୍ୟତେ । ୫୫ ।

 

 

ଅର୍ଥ—

(୧୦୭) ଅହଙ୍କାର କାହାକୁ କହନ୍ତି ?, (୧୦୮) ଦମ୍ଭ କାହାକୁ କହନ୍ତି ?, (୧୦୯) ଶ୍ରେଷ୍ଠ ଦୈବ (ଭାଗ୍ୟ) କାହାକୁ କହନ୍ତି ?, (୧୧୦) ଆଉ ପିଶୁନତା କାହାକୁ କହନ୍ତି-? । ୫୫ ।

 

 

ଉତ୍ତର—

ମହାଜ୍ଞାନମହଂକାରୋ ଦମ୍ଭୋଧର୍ମ୍ମ ଧ୍ଵଜୋଚ୍ଛ୍ରୟଃ ।

 

ଦୈବଂ ଦାନଫଳଂ ପ୍ରୋକ୍ତଂ ପୈଶୁନ୍ୟଂ ପରଦୂଷଣଂ । ୫୬ ।

 

 

ଅର୍ଥ—

(୧୦୭) ମହାଅଜ୍ଞାନକୁ ଅହଙ୍କାର କୁହନ୍ତି ।, (୧୦୮) ଅନ୍ୟକୁ ଦେଖି ବଡ଼ ଧର୍ମଧ୍ୱଜ ବନାଇବା ନାମ ଦମ୍ଭ ।, (୧୦୯) ପୂର୍ବକୃତ ପାପପୁଣ୍ୟ ଫଳକୁ ଦୈବ (ଭାଗ୍ୟ) କହନ୍ତି ।, (୧୧୦) ଅନ୍ୟଠାରେ ଦୋଷାରୋପ କରିବା ନାମ ପିଶୁନତା । ୫୬ ।

 

 

ପ୍ରଶ୍ନ—

ଧର୍ମାଶ୍ଚାର୍ଥଶ୍ଚ କାମଶ୍ଚ ପରସ୍ପରବିରୋଧିନଃ ।

 

ଏଷାଂ ନିତ୍ୟବିରୁଦ୍ଧାନାଂ କଥମେକତ୍ର ସଙ୍ଗମଃ । ୫୭ ।

 

 

ଅର୍ଥ—

(୧୧୧) ପରସ୍ପର ବିରୁଦ୍ଧ ଧର୍ମ, ଅର୍ଥ ଓ କାମ ଏମାନଙ୍କର ଏକତ୍ର ସଙ୍ଗମ ଅର୍ଥାତ୍ ଏକ ସ୍ଥାନରେ ରହିବ କିପରି ହୁଏ? । ୫୭ ।

 

 

ଉତ୍ତର—

ଯଦା ଧର୍ମଶ୍ଚ ଭାର୍ଯ୍ୟା ଚ ପରସ୍ପର ବଶାନୁଗୌ ।

 

ତଦା ଧର୍ମାର୍ଥକାମାନାଂ ତ୍ରୟାଣାମପି ସଂଙ୍ଗମଃ । ୫୮ ।

 

 

ଅର୍ଥ—

(୧୧୧) ଯେତେବେଳେ ଧର୍ମ ଆଉ ଭାର୍ଯ୍ୟା ଦୁହେଁ ପରସ୍ପର ବିରୁଦ୍ଧ ନ ହୋଇ ଆପଣାବଶରେ ଚାଲେ ତେତେବେଳେ ଧର୍ମ, ଅର୍ଥ ଓ କାମ ଏ ତିନିହେଁ ଏକସ୍ଥାନରେ ରହନ୍ତି । ୫୮ ।

 

 

ପ୍ରଶ୍ନ—

ଅକ୍ଷୟୋ ନରକଃ କେନ ପ୍ରାପ୍ୟତେ ଭରତର୍ଷଭ ।

 

ଏତନ୍ନେ ପୃଚ୍ଛତଃ ପ୍ରଶ୍ନଂ ତଚ୍ଛୀଘ୍ରଂ ବକ୍ତୁମର୍ହସି । ୫୯ ।

 

 

ଅର୍ଥ—

(୧୧୨) ହେ ଭରତବଂଶଶ୍ରେଷ୍ଠ ରାଜନ୍ ଯୁଧିଷ୍ଠିର । ଅକ୍ଷୟ ନରକ (ମହାଘୋର ଦୁଃଖ)କୁ କିଏ ପ୍ରାପ୍ତ ହୁଏ ? ଏହି ପ୍ରଶ୍ନର ଉତ୍ତର ଆପଣ ଶୀଘ୍ର କହିବାକୁ ଯୋଗ୍ୟ ହୁଅ । ୫୯ ।

 

 

ଉତ୍ତର—

ବ୍ରାହ୍ମଣଂ ସ୍ଵୟମାହୂୟ ଯାଚମାନମକିଞ୍ଚନଂ ।

 

ପଶ୍ଚାନ୍ନାସ୍ତୀତି ଯୋ ବ୍ରୁୟାତ୍ସୋଽକ୍ଷୟଂ ନରକଂ ବ୍ରଜେତ୍ । ୬୦ ।

 

 

ଅର୍ଥ—

(୧୧୨) ପ୍ରାର୍ଥନାକାରୀ ଦରିଦ୍ର ଭିକ୍ଷୁକବ୍ରାହ୍ମଣକୁ ଦେବାକୁ କହି ଯେ ଅପମାନ ଦେଇ ନିରାଶ କରେ ସେ ଅକ୍ଷୟ ନରକରେ ଘୋରଦୁଃଖକୁ ପ୍ରାପ୍ତ ହୁଏ । ୬୦ ।

 

 

ପ୍ରଶ୍ନ—

ବେଦେଷୁ ଧର୍ମଶାସ୍ତ୍ରେଷୁ ମିଥ୍ୟା ଯୋ ବେ ଦ୍ୱିଜାତିଷୁ ।

 

ଦେବେଷୁ ପିତୃଧର୍ମେଷୁ ସୋଽକ୍ଷୟଂ ନରକଂ ବ୍ରଜେତ୍‌ । ୬୧ ।

 

 

ଅର୍ଥ—

(୧୧୨) ବେଦ, ଧର୍ମଶାସ୍ତ୍ର, ଦ୍ଵିଜାତି ଅର୍ଥାତ୍ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଦେବତା, ପିତୃଲୋକ ଓ ଧର୍ମ ଆଦି ବିଷୟରେ ଯେ ମିଥ୍ୟା ଆଉ ଅସତ୍ୟାଚରଣ କରେ ସେ ଅକ୍ଷୟ ନରକ ପ୍ରାପ୍ତି ହୁଏ । । ୬୧ ।

 

 

ଉତ୍ତର—

ବିଦ୍ୟା ମାନେ ଧନେ ଲୋଭାଦ୍ଦାନଭୋଗବିବର୍ଜିତଃ ।

 

ପଶ୍ଚାନ୍ନାସ୍ତୀତି ଯୋ ବ୍ରୃୟାତ୍ସୋଽକ୍ଷୟଂ ନରକଂ ବ୍ରଜେତ୍ । ୬୨ ।

 

 

ଅର୍ଥ—

(୧୧୨) ଧନ ଥାଉଁ ଥାଉଁ ଲୋଭର ବଶୀଭୂତ ହୋଇ କାହାକୁ ନ ଦିଏ ବା ନ ଖାଏ ଆଉ କେହି ମାଗିଲେ ତାକୁ ଦେବା ବୋଲି କହି ପଛରେ ନାହିଁ କରେ ସେ ଅକ୍ଷୟ ନରକ ପ୍ରାପ୍ତ ହୁଏ । । ୬୨ ।

 

 

ପ୍ରଶ୍ନ—

ରାଜନ୍ଜୁଳେନ ବୃତ୍ତେନ ସ୍ୱାଧ୍ୟାୟେନ ଶ୍ରୁତେନ ବା ।

 

ବ୍ରାହ୍ମଣ୍ୟଂ କେନ ଭବତି ପ୍ରବ୍ରୂହ୍ୟେତତ୍ସୁନିଶ୍ଚିତଂ । ୬୩ ।

 

 

ଅର୍ଥ—

(୧୧୩) ହେ ରାଜନ୍ ଶ୍ରେଷ୍ଠକୁଳରେ ଜାତ ହୋଇ ସ୍ଵଧର୍ମାଚରଣ ଆଉ ସ୍ୱାଧ୍ୟାୟ ଅର୍ଥାତ୍ ବେଦାଦି ଶାସ୍ତ୍ର ପଢ଼ିବା ପଢ଼ାଇବା ଶୁଣିବା ଶୁଣାଇବା ଏହି ସବୁ କର୍ମଦ୍ଵାରା କିପରି ବ୍ରାହ୍ମଣତ୍ୱ ହୁଏ ? ଏହା ନିଶ୍ଚୟ କରି କହନ୍ତୁ । ୬୩ ।

 

 

ଉତ୍ତର—

ଶୃଣୁ ଯକ୍ଷ କୁଳଂ ତାତ ନ ସ୍ଵାଧ୍ୟାୟୋ ନ ଚ ଶ୍ରୁତଂ।

 

କାରଣଂ ହି ଦ୍ୱିଜତ୍ୱେ ଚ ବୃତ୍ତମେବ ନ ସଂଶୟଃ । ୬୪ ।

 

 

ଅର୍ଥ—

(୧୧୩) ଯୁଧିଷ୍ଠିରଙ୍କ କହିଲେ ହେ ଯକ୍ଷ । ଶୁଣନ୍ତୁ ଶ୍ରେଷ୍ଠକୁଳରେ ଜାତ ହୋଇ ସ୍ୱାଧ୍ୟାୟ ଅର୍ଥାତ୍ ବେଦାଦି ଶାସ୍ତ୍ର ପଢ଼ିବା ପଢ଼ାଇବା ଓ ଶୁଣିବା ପ୍ରଭୃତି ଯେ ଦ୍ଵିଜତ୍ୱର କାରଣ ତାହା ନୁହେଁ । କିନ୍ତୁ ସ୍ୱଧର୍ମର ଆଚରଣ କେବଳ ଦ୍ଵିଜତ୍ୱ ଅର୍ଥାତ୍ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଭାବର କାରଣ ଏଥିରେ ସନ୍ଦେହ ନାହିଁ । । ୬୪ ।

 

 

ଉତ୍ତର—

ବୃତ୍ତଂ ଯତ୍ନେନ ସଂରକ୍ଷ୍ୟଂ ବ୍ରାହ୍ମଣେନ ବିଶେଷତଃ ।

 

ଅକ୍ଷୀଣବୃତ୍ତୋ ନ କ୍ଷୀଣୋ ବୃତ୍ତତସ୍ତୁ ହତୋହତଃ । ୬୫ ।

 

 

ଅର୍ଥ—

(୧୧୩) ସ୍ୱଧର୍ମ ଆଉ ଶ୍ରେଷ୍ଠ ଆଚରଣକୁ ଯତ୍ନ ପୂର୍ବକ ରକ୍ଷା କରିବା ଉଚିତ୍ ଆଉ ବ୍ରାହ୍ମଣର ବିଶେଷ ଧର୍ମ ରକ୍ଷା କରିବା ଉଚିତ୍, ଯେ ଧର୍ମ ଯୁକ୍ତ ସେ ଶ୍ରେଷ୍ଠ, ଯେ ସ୍ୱଧର୍ମାଚରଣ ରହିତ ସେ ବ୍ରାହ୍ମଣତ୍ୱାଦିର ରହିତ । ୬୫ ।

 

 

ଉତ୍ତର—

ପାଠକାଃ ପାଠକାଶ୍ଚୈବ ଯେ ଚାନ୍ୟେ ଶାସ୍ତ୍ରଚିନ୍ତକାଃ ।

 

ସର୍ବେ ବ୍ୟସନିନୋ ମୂର୍ଖା ଯଃ କ୍ରିୟାବାନ୍ ସ ପଣ୍ଡିତଃ । ୬୬ ।

 

 

ଅର୍ଥ—

(୧୧୩) ପଢ଼ିବା ବ୍ୟକ୍ତି ଓ ପଢ଼ାଇବା ବ୍ୟକ୍ତି, ଆଉ ଯେଉଁମାନେ ଶାସ୍ତ୍ରକୁ ଚିନ୍ତା କରୁଥାନ୍ତି ସେମାନେ ସମସ୍ତେ ଶ୍ରେଷ୍ଠ ଧର୍ମାଚରଣ ରହିତ ବ୍ୟସନୀ ଆଉ ମୂର୍ଖ ହୋଇ ଯେବେ କ୍ରିୟାବାନ ହୁଅନ୍ତି ତେବେ ତାହାକୁ ପଣ୍ଡିତ କୁହାଯାଏ । ୬୬ ।

 

 

ଉତ୍ତର—

ଚତୁର୍ବେଦେଽପି ଦୁର୍ବୃତ୍ତଃ ସଶୂଦ୍ରାଦତିରିଚ୍ୟତେ ।

 

ଯୋଗ୍ନିହୋତ୍ରପରୋ ଦାନ୍ତଃ ସ ବ୍ରାହ୍ମଣ ଇତି ସ୍ମୃତଃ । ୬୭ ।

 

 

ଅର୍ଥ—

(୧୧୩) ଚାରିବେଦ ପଢ଼ି ଯେବେ ଦୁଷ୍ଟାଚରଣ ଓ ପାପକର୍ମ କରେ ସେ ଶୂଦ୍ରଠାରୁ ନୀଚ ଜାତି; କିନ୍ତୁ ଯେ ଅଗ୍ନିହୋତ୍ରାଦି ଶ୍ରେଷ୍ଠ କର୍ମ କରି ଇନ୍ଦ୍ରିୟ ଜୟ କରି ସେ ବ୍ରାହ୍ମଣ-। ୬୭ ।

 

 

ପ୍ରଶ୍ନ—

ପ୍ରିୟବଚନବାଦୀ କିଂ ଲଭତେ ।

 

ବିମୃଶିତକାର୍ଯ୍ୟକରଃ କିଂ ଲଭତେ ।

 

ବହୁମିତ୍ରକରଃ କିଂ ଲଭତେ ।

 

ଧର୍ମ ରତଃ କିଂ ଲାଭତେ କଥୟ । ୬୮ ।

 

 

ଅର୍ଥ—

(୧୧୪) ପ୍ରିୟକଥା କହିବାଲୋକ କ’ଣ ଲାଭ କରେ ?, (୧୧୫) ବିଚାର କରି କାର୍ଯ୍ୟ କରିବା ଲୋକ କ’ଣ ଲାଭ କରେ ?, (୧୧୬) ତଥା ବହୁତ ମିତ୍ର କରିଥିବା ଲୋକ କି ଲାଭ କରେ ?, (୧୧୭) ଆଉ ଶ୍ରେଷ୍ଠଧର୍ମ ଯୁକ୍ତ ପୁରୁଷ କି ଲାଭ କରେ-? । ୬୮ ।

 

 

ପ୍ରଶ୍ନ—

ପ୍ରିୟବଚନବାଦୀ ପ୍ରିୟୋ ଭବତି ।

ବିମୃଶିତକାର୍ଯ୍ୟ କରୋଽଧିକଂ ଜୟତି ।।

ବହୁମିତ୍ରକରଃ ସୁଖଂ ବସତେ ।

ଯଶ୍ଚ ଧର୍ମରତଃ ସଗତଂ ଲଭତେ । ୬୯ ।

 

 

ଅର୍ଥ—

(୧୧୪) ପ୍ରିୟକଥା କହିବା ଲୋକ ସମସ୍ତଙ୍କର ପ୍ରିୟ ହୁଏ, (୧୧୫) ବିଚାର କରି କାର୍ଯ୍ୟ କରୁଥିବା ବ୍ୟକ୍ତି ଜୟଲାଭ କରେ ଅର୍ଥାତ୍ ସମସ୍ତ କାର୍ଯ୍ୟ ସିଦ୍ଧ କରେ, (୧୧୬) ବହୁତ ମିତ୍ର କରିଥିବା ବ୍ୟକ୍ତି ସୁଖ ଲାଭ କରେ, (୧୧୭) ଆଉ ଶ୍ରେଷ୍ଠ ସ୍ୱଧର୍ମାଚରଣ କରୁଥିବା ଲୋକ ଶ୍ରେଷ୍ଠଗତି ଓ ସ୍ୱର୍ଗାଦି ସୁଖ ପ୍ରାପ୍ତ ହୁଏ । ୬୯ ।

 

 

ପ୍ରଶ୍ନ—

କୋ ମୋଦତେ କିମାଶ୍ଚର୍ଯ୍ୟଂ କଃ ପନ୍ଥାଃ କା ଚ ବାର୍ତ୍ତିକା ।

 

ଇତି ମେ ଚତୁରଃ ପ୍ରଶ୍ନାନ୍‌ପୂରୟିତ୍ଵା ଜଳଂ ପିବ । ୭୦ ।

 

 

ଅର୍ଥ—

(୧୧୮) କିଏ ଆନନ୍ଦକୁ ପ୍ରାପ୍ତ ହୁଏ ?, (୧୧୯) ଆଶ୍ଚର୍ଯ୍ୟ କ’ଣ ?, (୧୨୦) ଶ୍ରେଷ୍ଠ ମାର୍ଗ କିଏ ?, (୧୨୧) ବାର୍ତ୍ତା କ’ଣ ? ଏହି ଚାରିଗୋଟି ପ୍ରଶ୍ନର ଉତ୍ତରରେ ଜଳପାନ କର । ୭୦ ।

 

 

ଉତ୍ତର—

ଦିବସସ୍ୟାଷ୍ଟମେ ଭାଗେ ଶାକଂ ପଚତି ସ୍ୱଗୃହେ ।

 

ଅନୃଣୀ ଚାପ୍ରବାସୀ ଚ ସ ବାରିଚର ମୋଦତେ । ୭୧ ।

 

 

ଅର୍ଥ—

(୧୧୮) ଦିବସର ଅଷ୍ଟମଭାଗରେ ଯେ ନିଜଘରେ ରହି ଶାଗ ଭାତ ଖାଇ, ଋଣ ନ କରେ ଓ ପ୍ରବାସ ନ କରେ ହେ ଜଳଚର ଯକ୍ଷ ସେହି ଆନନ୍ଦକୁ ପ୍ରାପ୍ତ ହୁଏ । ୭୧ ।

 

 

ଉତ୍ତର—

ଅହନ୍ୟହନି ଭୂତାନି ଗଚ୍ଛନ୍ତୀହ ଯମାଳୟଂ ।

 

ଶେଷାଃ ସ୍ଥିରତ୍ୱ ମିଚ୍ଛନ୍ତି କିମାଶ୍ଚର୍ଯ୍ୟମତଃପରଂ । ୭୨ ।

 

 

ଅର୍ଥ—

(୧୧୯) ଇହ ସଂସାରରେ ନିତ୍ୟ ପ୍ରାଣୀସମୂହ ମୃତ୍ୟୁପ୍ରାପ୍ତ ହୁଅନ୍ତି, କିନ୍ତୁ ଶେଷରେ ଯେଉଁମାନେ ରହନ୍ତି ସେ ଆପଣାକୁ ଚିରସ୍ଥାୟୀ ମନେ କରନ୍ତି ଆଉ ସଂସାରରେ ବୈରାଗ୍ୟ ଯୁକ୍ତ ହୋଇ ସେ ପରମେଶ୍ଵରଙ୍କଠାରେ ଦୃଢ଼ ପ୍ରେମ ନ କରେ । ସେ କି ଜନ୍ମ ମରଣରୁ ମୁକ୍ତି ପ୍ରାପ୍ତ ହେବେ ? ଏଥିରୁ ଆଉ ଆଶ୍ଚର୍ଯ୍ୟ କ’ଣ ? । ୭୨ ।

 

 

ଉତ୍ତର—

ବେଦାଃ ପ୍ରମାଣଂ ସ୍ମୃତୟଃ ପ୍ରମାଣଂ

 

ନୌକୋମୁନିର୍ଯସ୍ୟ ବଚଃ ପ୍ରମାଣଂ

 

 

 

ଧର୍ମସ୍ୟ ତତ୍ତ୍ୱଂ ନିହିତଂ ଗୁହାୟାଂ

 

ମହାଜନୋ ଯେନ ଗତଃ ସପନ୍ଥାଃ । ୭୩ ।

 

 

ଅର୍ଥ—

(୧୨୦) ସମ୍ପୂର୍ଣ୍ଣ ବେଦ ହିଁ ପ୍ରମାଣ, ସ୍ମୃତିବାକ୍ୟ ହିଁ ପ୍ରମାଣ; ଆଉ ଏକମୁନି ନାହିଁ କି ଯାହାର ବାକ୍ୟ ପ୍ରମାଣ ହୁଏ, କିନ୍ତୁ ଅନେକ ୠଷିମୁନିଙ୍କର ବାକ୍ୟ ହିଁ ପ୍ରମାଣ ହୁଏ; ଯାହାର ଧର୍ମର ତତ୍ତ୍ଵ ଯଥାର୍ଥ ଜ୍ଞାନରୂପ ପ୍ରଭାବ ହୃଦୟରେ ଥାଏ, ସେହି ମହାତ୍ମା ଶ୍ରେଷ୍ଠ ସନ୍ଥନ ପୁରୁଷ ଯେଉଁ ମାର୍ଗରେ ଯାଇଛନ୍ତି ସେହି ଶ୍ରେଷ୍ଠ ମାର୍ଗ । ୭୩ ।

 

 

ଉତ୍ତର—

ଅସ୍ନିନ୍‍ ମହାମୋହମୟେ କଟାହେ

 

ସୂର୍ଯ୍ୟାଗ୍ନିନା ରାତ୍ରିଦିବନ୍ଧନେନ ।

 

ଦୈବସ୍ୟ ଦର୍ବୀ ପରିଘଟ୍ଟନେନ

 

ଭୁତାନି କାଳଃ ପଚତୀତି ବାର୍ତ୍ତା । ୭୪ ।

 

 

ଅର୍ଥ—

(୧୨୧) ଏହି ମହାମୋହମୟ କଟାହ (କଡ଼ାଇ) ରେ ସୂର୍ଯ୍ୟରୂପା ଅଗ୍ନି ଆଉ ରାତ୍ରିଦିନରୂପ ଇନ୍ଧନ ଦ୍ଵାରା ଦୈବ (ଭାଗ୍ୟ) ରୂପଦର୍ବୀ (କର୍ଛୁଲି) ରେ ପରିଘଟ୍ଟନ (ଘଣ୍ଟନ) କରି କାଳରୂପ ପାକକର୍ତ୍ତା ସମସ୍ତ ପ୍ରାଣୀଙ୍କି ପାକ କରେ ଅର୍ଥାତ୍ ବାରମ୍ବାର ଜନ୍ମ ମରଣ ପ୍ରାପ୍ତ ହୁଅନ୍ତି ଯେ ସେହି ସଂସାରର ବାର୍ତ୍ତା । ୭୪ ।

 

 

ପ୍ରଶ୍ନ—

ବ୍ୟାଖ୍ୟାତା ମେ ତ୍ୱୟା ପ୍ରଶ୍ନା ଯଥାପଥ୍ୟଂ ପରନ୍ତପ ।

 

ପୁରୁଷଂ ବ୍ୱିଦ୍ୱାନୀଂ ବ୍ୟାଖାହି ଯଶ୍ଚ ସର୍ବଧନୀ ନରଃ । ୭୫ ।

 

 

ଅର୍ଥ—

(୧୨୨) ଯକ୍ଷ କହିଲେ ହେ ରାଜନ୍ ଆପଣ ମୋହର ପ୍ରଶ୍ନର ଉତ୍ତର ଯଥାଯୋଗ୍ୟ କହିଲ, ବର୍ତ୍ତମାନ କୁହନ୍ତୁ ଯେ ସବୁଠାରୁ ଶ୍ରେଷ୍ଠ ଧନୀ ପୁରୁଷ କିଏ ? । ୭୫ ।

 

 

ଉତ୍ତର—

ଦିବଂ ସ୍ପୃଶତି ଭୂମିଂ ଚ ଶବ୍ଦଃ ପୁଣ୍ୟେନ କର୍ମଣା ।

 

ଯାବତ୍ସ ଶବ୍ଦୋ ଭବତି ତବତ୍ ପୁରୁଷ ଉଚ୍ୟତେ । ୭୬ ।

 

 

ଅର୍ଥ—

(୧୨୨) ଯେଉଁ ପୁଣ୍ୟ କର୍ମରୁ ଉପନ୍ନ ସୁଯଶ, ଆକାଶ ଓ ପୃଥିବୀରେ ବ୍ୟାପ୍ତ ହୋଇଯାଏ ସେହି ପୁଣ୍ୟାତ୍ମା ଯଶସ୍ୱୀ ପୁରୁଷ ଉତ୍ତମ । । ୭୬ ।

 

 

ଉତ୍ତର—

ତୁଳ୍ପେ ପ୍ରିୟାଽପ୍ରିୟେ ଯସ୍ୟ ସୁଖ ଦୁଃଖ ତଥୈବ ଚ ।

 

ଅତୀତାନାଗତେ ଚୋଭେ ସର୍ବଃ ସର୍ବଧନୀ ନରଃ । ୭୭ ।

 

 

ଅର୍ଥ—

(୧୨୨) ପ୍ରିୟ, ଅପ୍ରିୟ, ସୁଖ, ଦୁଃଖ, ଭୂତ ଆଉ ଭବିଷ୍ୟତ ଏ ସବୁ ଯାହାର ସମାନ ସେହି ସବୁଠାରୁ ଶ୍ରେଷ୍ଠ ଜ୍ଞାନୀପୁରୁଷ ଉତ୍ତମ ଧନୀ । ୭୭ ।

 

ଇତି ଶ୍ରୀ ମହାଭାରତେ ବନପର୍ବଣି ଯୁଧିଷ୍ଠିର ଯକ୍ଷ ସମ୍ବାଦେ

ତ୍ରୟୋଦଶାଧିକ ତ୍ରିଂଶତତମୋଽଧ୍ୟାୟେ ।

ଶ୍ରୀ ପ୍ରଶ୍ନୋତ୍ତର ମୁକ୍ତାବଳୀ ସମାପ୍ତା ।।

Image